ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା ଶୀର୍ଷରେ ନବୀନ

ଭୁବନେଶ୍ୱର :  ଭିଡିପି ଆସୋସିଏଟ୍‌ସ ଦ୍ବାରା ଅନୁଷ୍ଠିତ ଦେଶ୍‌କା ମୁଡ୍‌ ସର୍ବେକ୍ଷଣରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି। ଜାତୀୟ ସ୍ତରରେ ଦେଶର ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ନେଇ ଅଗଷ୍ଟ ୯ରୁ ଅଗଷ୍ଟ ୧୪ ଭିତରେ ଏହି ସର୍ବେକ୍ଷଣ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତାକୁ ଆଧାର କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବେକ୍ଷଣ ରେଟିଂରେ ଶ୍ରୀ ପଟ୍ଟନାୟକଙ୍କୁ ୮୧ ପଏଣ୍ଟ ମିଳିଛି।


‘ଗୁଡ୍‌ ପ୍ଲସ ଆଭରେଜ’ ଆଧାରରେ ପ୍ରସ୍ତୁତ ସର୍ବେକ୍ଷଣ ତାଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭୨ ପଏଣ୍ଟ ପାଇ ଦ୍ବିତୀୟରେ ଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀ ୭୧ ପଏଣ୍ଟ ପାଇ ତୃତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି। ତାଙ୍କ ପଛକୁ ହରିୟାଣା, ତେଲଙ୍ଗାନା, ପଞ୍ଜାବ, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଛନ୍ତି।

Comments are closed.