ବେକାରୀଙ୍କୁ ଚାକିରୀ ଦେବାରେ ନବୀନ ସରକାର ବିଫଳ; ଅରୁଣ ସିଂହ

0

ପୁରୀ: ନବୀନ ସରକାର ବେକାରୀ ଯୁବକ ଓ ଯୁବତୀଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ରାଜ୍ୟରେ ଅପାରଗ ସରକାରଙ୍କ ଶାସନ ଚଲିଛି । କଂଗ୍ରେସ ହେଉଛି ମିଛୁଆଙ୍କ କାରଖାନା ଏବଂ ଏହାର ସିଇଓ ହେଉଛନ୍ତି ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଉଭୟ ରାଜ୍ୟ ସରକାର ଓ କଂଗ୍ରେସକୁ ଏଭଳି କଟାକ୍ଷ ଭାଷାରେ ସମାଲୋଚନା କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ପ୍ରତି ମୋଦୀଙ୍କ ନରମ ଆଭିମୁଖ୍ୟ ଗ୍ରହଣ କରୁନଥିବା ଅଭିଯୋଗର ଅରୁଣ ସିଂ କଡା ଜବାବ ରଖିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନର ଅନ୍ତିମ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ  ସୋମବାର ପୁରୀରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

Leave A Reply