ନବୀନଙ୍କ ଐତିହାସିକ ନିଷ୍ପତ୍ତି ; ମହିଳାଙ୍କ ପାଇଁ ୩୩% ଲୋକସଭା ଆସନ

0

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଚଳିତ ଲୋକସଭା ନିର୍ବାଚନ ପାଇଁ ବିଜେଡି ୩୩% ମହିଳା ପାର୍ଥୀଙ୍କୁ ଟିକେଟ ପ୍ରଦାନ କରିବ। କେନ୍ଦ୍ରାପଡାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସେହିପରି ପଞ୍ଚାୟତିରାଜ ଓ ପୌରପାଳିକାରେ ୫୦% ସ୍ଥାନ ମହିଳା ପାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ନବୀନଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି। ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେଡି ୩୩% ଆସନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରଖିବ। ବିଜୁ ଜନତା ଦଳ ଭାରତର ପ୍ରଥମ ରାଜନୈତିକ ଦଳ ଭାବ ମହିଳାଙ୍କ ସ୍ଥାନ ସଂରକ୍ଷଣକୁ ନେଇ ଏହି ନିଷ୍ପତ୍ତି ଗ୍ରହଣ କରିଛି।

Leave A Reply