ନବ ନିର୍ମାଣ କୃଷକ ସଙ୍ଗଠନର ରାସ୍ତା ରୋକ

0

ଖୁଣ୍ଟା : ରାଜପଥ ୧୯ର ଖୁଣ୍ଟା ବାଇପାସ ଛକରେ ନବ ନିର୍ମାଣ କୃଷକ ସଙ୍ଘର ସଦସ୍ୟ ମାନେ ଅର୍ଥ, ସମ୍ମାନ ଓ ପେନସର ଦାବିରେ ରାସ୍ତା ରୋକ କରିଥିଲେ। ଫଳରେ ଜାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଗମନାଗମନ ବନ୍ଦ ହୋଇଯିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବା ବେଳେ ଖୁଣ୍ଟା ବଜାରର ଦୋକାନ ଗୁଡିକ ସମ୍ପୂର୍ଣ୍ଣ ଖୋଲା ରହିବା ସହ ବ୍ୟବସାୟୀକ କାରବାର ସ୍ୱାଭାବିକ ରହିଥିଲା। ମଧ୍ୟାହ୍ନରେ ସଙ୍ଘର ସଦସ୍ୟ ମାନେ ନିଜର ଦାବି ବାବଦରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ଖୁଣ୍ଟା ବ୍ଲକ ସଂଯୋଜକ ଶକ୍ତିପଦ ପାତ୍ର ଓ ଗୋପବନ୍ଧୁ ନଗର ବ୍ଲକ ସଂଯୋଜକ କମଳାକାନ୍ତ ମହାକୁଡ ରାସ୍ତାରୋକର ନେତୃତ୍ୱ ନେଇଥିଲେ। କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର, ଖୁଣ୍ଟା ସେକେଣ୍ଡ ଅଫିସର ରାସ୍ତା ରୋକ ସ୍ଥଳରେ ଉପସ୍ଥିତ ଥିବା ବେଳେ ପୁଲିସ ବାହିନୀ ମୁତୟନ କରାଯାଇଥିଲା।

Leave A Reply