ରାଜ୍ୟ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

କଟକ: ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଆରକ୍ଷୀ ମହାନିଦ୍ଦେଶକ ଆର.ପି କୋଚେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ କାର୍ୟ୍ୟ କରିବାକୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ୟ୍ୟକ୍ରମରେ ସମସ୍ତ ଏ.ଆଇ.ଜି ସମସ୍ତ ସଂସ୍ଥା ଅଧିକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

Comments are closed.