୨୦୧୯ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ମାର୍ଚ୍ଚ ୯ରେ

0

ଭୁବନେଶ୍ୱର: ରାଜ୍ୟରେ ମାର୍ଚ୍ଚ ୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟରେ ଥିବା ବିଭିନ୍ନ ଲୋକ ଅଦାଲତରେ ଫଇସଲା ପାଇଁ ୬୦ ହଜାରରୁ ଉର୍ଦ୍ଧ୍ଵ ମାମଲା ତାଲିକାଭୁକ୍ତ ହୋଇଛି। ତେବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଆନ୍ଦୋଳନ ଯୋଗୁଁ କେତେଗୁଡ଼ିଏ କୋର୍ଟରେ ଲୋକ ଅଦାଲତ ଅନୁଷ୍ଠିତ ନ ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ହାଇକୋର୍ଟରେ ଆସନ୍ତାକାଲି ୬ଟି କୋର୍ଟରେ ୭୫୦ରୁ ଉର୍ଦ୍ଧ୍ଵ ବିଭିନ୍ନ କିସମର ମାମଲାର ଫଇସଲା ପାଇଁ ତାଲିକାଭୁକ୍ତ କରାଯାଇଛି। ୨୦୧୯ ବର୍ଷରେ ୪ଟି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜୁଲାଇ ୧୩ରେ ଦ୍ଵିତୀୟ, ସେପ୍ଟେମ୍ବର ୧୪ରେ ତୃତୀୟ ଓ ଡିସେମ୍ବର ୧୪ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ହେବ।

Leave A Reply