ପିପିଲିରେ ଜାତୀୟ ଆଇନ ସେବା ଦିବସ ପାଳିତ

ପିପିଲି: ପିପିଲି କୋର୍ଟର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶନିବାର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ପିପିଲିର ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍ କୋର୍ଟର ବିଚାରପତି ତଥା ପିପିଲି ତାଲୁକ ଆଇନ ସେବା ସଂସ୍ଥାର ଚେୟାରମ୍ୟାନ ନିବେଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପିପିଲି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା କନିଷ୍ଠ ବିଭାଗ ଦେୱାନୀ ବିଚାରପତି ଚିନ୍ମୟ କୁମାର ପାଢୀ, ବିଡିଓ ଆଦିକନ୍ଦ ବେହେରା, ତହସିଲଦାର ସପନ କୁମାର ନନ୍ଦ, ସିଡିପିଓ କଳ୍ପନା ଜେନା, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ପିପିଲି ବାର୍ ଆସୋସିଏସନର ବରିଷ୍ଠ ଆଡଭୋକେଟ ରମାକାନ୍ତ ସାହୁ, ଶିବପ୍ରସାଦ ସାହୁ, ଶଙ୍କର୍ଷଣ ପ୍ରଧାନ, ବିରେନ୍ଦ୍ର ଭୂଜବଳ, ବବିତା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଆଇନ ସହାୟତା, ସାକ୍ଷରତା ଓ ସଚେତନତା ସଂପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଆଇନସେବା ସଂପର୍କରେ ସୂଚନା ଓ ପରାମର୍ଶ ଦେଇଥିଲେ।

Comments are closed.