ମୋହନାରେ ଜାତୀୟ ଆଇନ ଦିବସ ପାଳିତ

ମୋହନା : ଗଜପତି ଜିଲା ମୋହନା ହିଲଟପ୍ କଲେଜରେ ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଚାରପତି ମନୋଜ କୁମାର ମହାନ୍ତି ଯୋଗଦେଇ ଜାତୀୟ ଆଇନ ଦିବସ ସମ୍ପର୍କରେ କହିଥିଲେ। ଏହାପରେ ଶତାଧିକ ଛାତ୍ରଛାତ୍ରୀ କଲେଜରୁ ଏକ ସଚେତନତା ଶୋଭାଯାତ୍ରରେ ବାହାରି ପାଣ୍ଡାଛକ ପର୍ୟ୍ୟନ୍ତ ଯିବା ପରେ ପୁଣି କଲେଜକୁ ଫେରିଥିଲେ। ଏହି ଶୋଭାଯାତ୍ରରେ କଲେଜ ଅଧ୍ୟକ୍ଷ ସିମାଞ୍ଚଳ ସାହୁ, ଅଧ୍ୟାପକ ଭଗବାନ ବିଷୋୟୀ, ଏସ. ଋମେଶ, ଅନିଲ୍ କୁମାର ତ୍ରିପାଠୀ, ମିନକେତନ ମିଶ୍ର, ଓକିଲ ସଂଘ ସଭାପତି ସିମାଞ୍ଚଳ କାର୍ୟୀ, ସମ୍ପାଦକ ଜିତେନ୍ଦ୍ର ରଥ, ଆଇନ ଜିବୀ ବୈଦ୍ୟନାଥ ସିଂ, ରାଜେନ୍ଦ୍ର ନାୟକ, ବିଳାସ ନାୟକ, ଜନାଥନ ଲିମା, ରବିନ୍ଦ୍ର କୁମାର ନାୟକ, ମଧୁସୁଧନ ପାଢୀ ପ୍ରମ୍ମୁଖଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଆଇନଜୀବୀ ଯୋଗଦେଇଥିଲେ।

 

Comments are closed.