ବିଜେପି ରାଲିରେ ଜାତୀୟ ପତାକା ଓଲଟା ପ୍ରଦର୍ଶନ ନେଇ ମାମଲା

0

ଜାମ୍ମୁ : ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ବିଜେପି ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାରେ ଜାତୀୟ ପତାକାକୁ ଓଲାଟା ପ୍ରଦର୍ଶନ କରାଯିବା ନେଇ ପୁଲିସ ମାମଲା ରୁଜୁ କରିଛି। ଶନିବାର ପୁଲିସ କହିଛି ଯେ କେତେକ ଅଜଣା ବ୍ୟକ୍ତିଙ୍କ ନାମରେ ଧାରା ୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି ଯେ ଗୁରୁବାର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ଜାସ୍ରୋତିଆଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିଲା। ଜାତୀୟ ପତାକା ଓଲାଟା ପ୍ରଦର୍ଶନ ନେଇ ସ୍ଥାନୀୟ ନାଗରିକ ବିନୋଜ ନିଝାୱାନ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗର ପ୍ରମାଣ ସ୍ୱରୂପ ଅଭିଯୋଗକାରୀ ନିଜୱାନ ଏକ ଭିଡିଓ କ୍ଲିପ୍‍ ଦେଇଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପତାକାକୁ ଓଲଟା ଧରିଥିବାବେଳେ ତାଙ୍କ ପଛରେ ବିଧାୟକ ରହିଥିବା ଦେଖାଯାଇଛି।

Leave A Reply