ଜାତୀୟ ଶିକ୍ଷାନୀତି : ୩୧ ତାରିଖ ସୁଦ୍ଧା ମତାମତ ଦେବାକୁ ଅନୁରୋଧ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା କରି ଆସନ୍ତା ୩୧ ତାରିଖ ସୁଦ୍ଧା ମତାମତ ଦେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ପଞ୍ଚବାର୍ଷିକ ଭିଜନ ଡକୁମେଣ୍ଟ ଓ ଜାତୀୟ ଶିକ୍ଷାନୀତି କର୍ମଶାଳାରେ ଅଧ୍ୟକ୍ଷତା କରି ଏହା କହିଛନ୍ତି । ନବଭାରତ ଗଠନରେ ଶିକ୍ଷାନୀତି ମୌଳିକ ଭିତ୍ତିଭୂମି ଯୋଗାଇବ ବୋଲି ସେ କହିଛନ୍ତି।  ସେ କହିଛନ୍ତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସର୍ବାଧିକ ସ୍କୁଲ୍‍ ଥିବା ଦୃଷ୍ଟିରୁ ଭିଜନ ଡକୁମେଣ୍ଟ ଚୂଡ଼ାନ୍ତ କରିବା ପୂର୍ବରୁ ସେମାନଙ୍କର ମତାମତ ନେବା ଅପରିହାର୍ଯ୍ୟ।

Comments are closed.