‘ନାସା’ ସମ୍ପର୍କିତ ଜାଣିବା କଥା

0

ମେରିକୀୟ ମହାକାଶ ସଂସ୍ଥା ‘ନାସା’ ୧୯୫୮ରେ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡ୍ବିଟ୍ ଆଇଜେନ୍‌ହାୱାର ଏହି ପଦକ୍ଷେପ ନେବା ପଛରେ ଯଥାର୍ଥ କାରଣ ଥିଲା। ସୋଭିଏତ୍ ରୁଷିଆର ମହାକାଶକୁ ଉପଗ୍ରହ ପ୍ରେରଣ ପରେପରେ ହିଁ ଆମେରିକା ତୁରନ୍ତ ମହାକାଶ ସଂସ୍ଥା ପ୍ରତିଷ୍ଠା କରିଥିଲା।

୧୯୬୦ ବେଳକୁ ଆମେରିକୀୟ ରାଷ୍ଟ୍ରପତି ଜନ୍.ଏଫ୍.କେନେଡି ନାସାକୁ ମହାକାଶଚାରୀ ପ୍ରେରଣର ଯୋଜନା ପାଇଁ ଗବେଷକଙ୍କୁ ପରାମର୍ଶ ଦେଇଥିଲେ। ଆପୋଲୋ-୧୧ ମିଶନରେ ପ୍ରଥମ ଆମେରିକୀୟ ମହାକାଶଚାରୀ ଚନ୍ଦ୍ରରେ ‘ମୁନ୍-ୱାକ୍’ କରିଥିଲେ। ଏହି ଚନ୍ଦ୍ର ଅଭିଯାନର ଅନ୍ୟାନ୍ୟ ସମସ୍ତ ତଥ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ନାସା ବିଶ୍ବବାସୀଙ୍କ ନିକଟରୁ ଲୁକ୍କାୟିତ ରଖିବାକୁ ଚେଷ୍ଟା କରିଛି।

ଆପୋଲୋ ମିଶନରେ ଏଯାବତ୍ ୧୨ଜଣ ବ୍ୟକ୍ତି ‘ମୁନ୍-ୱାକ୍’ କରିଥିବାର ପ୍ରକାଶ।

ଆମେରିକାର ସଂଖ୍ୟାଧିକ ସଫଳ ମହାକାଶ ଯାତ୍ରା ମଧ୍ୟରୁ ୨ଟି ମର୍ମନ୍ତୁଦ ଯାତ୍ରା ମଧ୍ୟ ଥିଲା। ୧୯୮୬ରେ ଚ୍ୟାଲେଞ୍ଜର ଓ ୨୦୦୩ରେ କଲମ୍ବିଆ ମହାକାଶଯାନର ସମସ୍ତ ମହାକାଶଚାରୀ ପ୍ରାଣ ହରାଇଥିଲେ। କଲମ୍ବିଆ ମହାକାଶଯାନର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କଳ୍ପନା ଚାୱଲା ମଧ୍ୟ ପ୍ରାଣ ହରାଇଥିଲେ।

ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ନାସା ନିଜର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର କାମ ସମ୍ପୂର୍ଣ୍ଣ ଭାବେ ଶେଷ କରିବ ବୋଲି ପ୍ରକାଶ।

ନାସା ସଂସ୍ଥାରୁ ଅବସର ଗ୍ରହଣ କରୁଥିବା ବରିଷ୍ଠ କର୍ମଚାରୀଙ୍କ ନିମନ୍ତେ କଡ଼ାକଡ଼ି ନିୟମ ରହିଛି। ବିନା ଅନୁମତିରେ ସେମାନେ ସାକ୍ଷାତକାର ଦେଇପାରିବେ ନାହିଁ। ଅବସର ପୂର୍ବରୁ ଏମାନଙ୍କ ସହ ଚୁକ୍ତି ହୁଏ ଯେ ନାସା ସମ୍ପର୍କିତ କୌଣସି ତଥ୍ୟ ଯେପରି ଅନ୍ୟ ରାଷ୍ଟ୍ରକୁ ପ୍ରଘଟ ନ ହୁଏ। ଏହା ପ୍ରମାଣିତ ହେଲେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି।

Leave A Reply