ପ୍ରଧାନମନ୍ତ୍ରୀଙ୍କ ନାମ କହି ନ ପାରିବାରୁ ନିସ୍ତୁକ ମାଡ !

0

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତୀୟ ସଙ୍ଗୀତ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଷୟରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନ ଦେଇପାରିବାରୁ ଟ୍ରେନରେ ଏକ ଲୋକକୁ ଚାରିଜଣ ଲୋକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।
ପୀଡିତ ବ୍ୟକ୍ତିଜଣକ ବାହାର ରଜ୍ୟର ଏବଂ ସେ ମେ ୧୪ତାରିଖରେ ହ୍ୱାଓଡାରୁ ମାଳଦା ଜିଲା କାଳିଆଚକ ଯିବା ସମୟରେ ଚାରିଜଣ ଲୋକ ଚଳନ୍ତା ଟ୍ରେନରେତାଙ୍କୁ ମାଡ ମାରିଥିଲେ ବୋଲି ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ କହିବା ଅନୁସାରେ ସେ ଏକ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ ବାହାରକୁ ଯାଇଥିଲେ, ଏବଂ କିଛିସମୟ ପରେ ସେ ନିଜର ଆସନକୁ ଫେରିବାବେଳେ ସେଠି କିଛି ବ୍ୟକ୍ତି ବସିଥିବା ଦେଖି ତାଙ୍କୁ ଉଠିବାପାଇଁ କହିଲେ। କିନ୍ତୁ, ସେହି ଲୋକମାନେ ପୀଡିତଙ୍କୁ ପ୍ରଧାନମନ୍ତ୍ରୀ, ଜାତୀୟ ସଙ୍ଗୀତ, ମୁଖ୍ୟମନ୍ତ୍ରୀ ଉପରେ ପ୍ରଶ୍ନ କରିଥିଲେ। ସେ ଏହାର ଉତ୍ତର ନ ଦେଇପାରିଥିବାରୁ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହାପରେ ପୀଡିତ ଜଣକ ବନ୍ଦେଲ ଷ୍ଟେସନରେ ଓହ୍ଲାଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଯାତ୍ରୀମାନେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply