ନରଦା ଷ୍ଟିଙ୍ଗ ମାମଲାରେ ପୁଲିସ ଅଧିକାରୀ ଗିରଫ; ୫ ଦିନ ପାଇଁ ହାଜତକୁ ନେଲା ସିବିଆଇ

ନୂଆଦିଲ୍ଲୀ : ବହୁ ର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଗୁରୁବାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏସଏମଏଚ ମିର୍ଜାଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ସିବିଆଇର ପ୍ରଥମ ଗିରଫଦାରୀ। ସ୍ବତନ୍ତ୍ର ସିବିଆଇ କୋର୍ଟ ମିର୍ଜାଙ୍କୁ ୫ ଦିନ ଲାଗି ସିବିଆଇ ହାଜତକୁ ପଠାଇ ଦେଇଛନ୍ତି।

ନାରଦା ନ୍ୟୁଜ ପୋର୍ଟାଲର ନିଜାମ ପାଲେସ କାର୍ଯ୍ୟାଳୟଠାରୁ ମିର୍ଜାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏକ ଘଣ୍ଟା ଧରି ପଚରା ଉଚୁରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନାରଦା ନ୍ୟୁଜ ପୋର୍ଟାଲ ସମ୍ପାଦକ ମାଥ୍ୟୁ ସାମୁଏଲଙ୍କଠାରୁ ଲାଞ୍ଚ ଗ୍ରହଣ କରିବା ନେଇ ମିର୍ଜା ଏକ ଷ୍ଟିଙ୍ଗ ଅପରେସନ ବେଳେ ସ୍ବୀକାର କରିଛନ୍ତି। ଉକ୍ତ ଅର୍ଥ କେବଳ ଅନାଥ ପିଲାଙ୍କୁ ଦାନ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି ସେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଜେରା ବେଳେ ବୟାନ ଦେଇଥିଲେ। ଇଡି ଏହି ମାମଲାରେ ବେଆଇନ ଅର୍ଥ କାରବାର ନେଇ ତଦନ୍ତ ଚଳାଇଛି। ବର୍ଦ୍ଦମାନସ୍ଥିତ ସାମୁଏଲଙ୍କ କାର୍ଯ୍ୟାଳୟଠାରେ ଏହି ଷ୍ଟିଙ୍ଗ ରେକର୍ଡ ହୋଇଥିଲା। ସେତେବେଳେ ମିର୍ଜା ବର୍ଦ୍ଦମାନର ଏସପି ଥିଲେ। ତେମେ କାମାକ ଷ୍ଟ୍ରିଟସ୍ଥିତ ଏକ ହୋଟେଲରେ ସେ ପ୍ରଥମ ଥର ଲାଗି ସାମୁଏଲଙ୍କୁ ଭେଟିଥିବା ଜଣାପଡିଛି। ସିବିଆଇ ଏହି ମାମଲାରେ ଅଧିକ ଲୋକଙ୍କୁ ଗିରଫ କରିବାର ସମ୍ଭାବନା ରହିଛି।

Comments are closed.