ଭାରତରେ ଗଣତନ୍ତ୍ର ବିପନ୍ନ: ନନ୍ଦିତା ଦାସ

0

ନୂଆଦିଲ୍ଲୀ: ଭାରତରେ ଗଣତନ୍ତ୍ର ବିପନ୍ନ। କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀମାନେ ଆକ୍ରମଣର ଶିକାର ହେଉଛନ୍ତି ବୋଲି କହିଛନ୍ତି ଫିଲ୍ମ ଅଭିନେତ୍ରୀ ତଥା ନିର୍ମାତା/ନିର୍ଦେଶିକା ନନ୍ଦିତା ଦାସ। ମାର୍ଟିନ୍‍ ଲୁଥର କିଙ୍ଗଙ୍କ ଉକ୍ତିକୁ ଉଦ୍ଧାର କରି ନନ୍ଦିତା କହିଛନ୍ତି ଯେ ସଞ୍ଜଲ ଲୀଲା ବଂଶାଲୀଙ୍କ ‘ପଦ୍ମାବତ୍‍’ ହେଉ କିମ୍ବା ୩ଏସ୍‍ ଦୁର୍ଗା’, ଭାରତୀୟ ଲେଖଙ୍କ ପ୍ରତି ଅସହିଷ୍ଣୁତା ହେଉ କିମ୍ବା ପାକିସ୍ତାନୀ କଳାକାରଙ୍କୁ ଭାରତରେ ପ୍ରଦର୍ଶନକୁ ବିରୋଧ ସବୁଠାରେ ସ୍ୱାଧୀନତା ରକ୍ଷଣଶୀଳ ପରିଧି ଭିତରେ ବାନ୍ଧି ହେବାର ଧାରା ଫେରିବା ପରି ଲାଗୁଛି। କିନ୍ତୁ ଆମେ ସମସ୍ତେ ଏ ବିଷୟରେ ସବୁ ଦେଖି ଶୁଣି ନିରବ ରହିବାକୁ ପସନ୍ଦ କରୁଛୁ। ମାର୍ଟିନ୍‍ଙ୍କ ଭାଷାରେ ଏହା ହିଁ ଜୀବନର ଶେଷ। ଏବେ ରକ୍ଷଣଶୀଳ ଓ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ‘ଫାୟାର’ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରାଯିବା ପରେ ନନ୍ଦିତା ଏହି ମତ ଦେଇଛନ୍ତି। ମୁକ୍ତ ଚିନ୍ତନ ହିଁ ସମାଜର ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଦେହଜୀବୀଙ୍କ ଜୀବନୀ ଉପରେ ନିର୍ମିତ ନନ୍ଦିତାଙ୍କ ‘ମାଣ୍ଟୋ’ ମୁକ୍ତି ଅପେକ୍ଷାରେ ଥିବାବେଳେ ତାହାର କାହାଣୀକୁ ନେଇ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।

Leave A Reply