ନିଆରା ପରମ୍ପରା ; ଏହି ଦୁଇ ଗ୍ରାମର ଲୋକେ ପରସ୍ପର ମଧ୍ୟରେ କରନ୍ତି ନାହିଁ ବିବାହ !

0
656
pic courtesy browngirlmagazine.com

ଭାରତବର୍ଷରେ ଏଭଳି ଦୁଇଟି ଗ୍ରାମ ରହିଛି ଯେଉଁ ଗ୍ରାମର ପୁଅ ଓ ଝିଅଙ୍କ ମଧ୍ୟରେ ବିବାହ ସମ୍ପର୍କ ସ୍ଥାପନ ହୁଏ ନାହିଁ, ମାତ୍ର ଉଭୟ ଗ୍ରାମ ମଧ୍ୟରେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥାଏ । ପାଞ୍ଚ ହଜାର ବର୍ଷ ଧରି ଏହି ନିଆରା ପରମ୍ପରା ଉଭୟ ଗ୍ରାମ ମଧ୍ୟରେ ପ୍ରଚଳିତ ହୋଇ ଆସୁଛି । ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଦୁଇଟି ଗ୍ରାମରେ ସବୁ ଜାତିର ଲୋକେ ବସବାସ କରନ୍ତି । କିନ୍ତୁ ଆଜି ପର୍ୟ୍ୟନ୍ତ କେହି ହେଲେ ଉଭୟ ଗ୍ରାମ ମଧ୍ୟରେ ପୁଅ ଓ ଝିଅ ବିବାହ କରନ୍ତି ନାହିଁ ।

pic courtesy amarujala

ଉତ୍ତରପ୍ରଦେଶର ନନ୍ଦଗାଓଁ ଏବଂ ବରସାନା ଏହି ଦୁଇଟି ଗ୍ରାମ ଭାରତବର୍ଷରେ ବେଶ୍ ଜଣାଶୁଣା । ଏହି ଦୁଇଟି ଗ୍ରାମ ଭଗବାନ କୃଷ୍ଣଙ୍କ ଅତି ନିକଟତର ବୋଲି କୁହାଯାଏ । ଏଠାକାର ହୋଲି ମଧ୍ୟ ବିଶ୍ବ ପ୍ରସିଦ୍ଧ । ଏହା ବ୍ୟତୀତ ଏକ ନିଆର ପରମ୍ପରାକୁ ନେଇ ଉଭୟ ଗ୍ରାମ ବେଶ୍ ପରିଚିତ । ବର୍ଷ ବର୍ଷ ଧରି ଉଭୟ ଗ୍ରାମ ମଧ୍ୟରେ କୌଣସି ବିବାହ ହେଉନଥିବା ବେଳେ ନନ୍ଦଗାଓଁର ଯୁବକ ବରସାନା ଗ୍ରାମକୁ ନିଜର ଶ୍ବଶୁର ଗ୍ରାମ ଭାବେ ମାନନ୍ତି । ସେହିପରି ବରସାନା ଗ୍ରାମର ଯୁବତୀମାନେ ମଧ୍ୟ ନନ୍ଦଗାଓଁକୁ ଶାଶୁଘର ଗ୍ରାମ ଭାବେ ସମ୍ମାନ ଦିଅନ୍ତି । ଏଭଳି ନିଆରା ପରମ୍ପରା ପଛରେ ଏକ ପୌରାଣିକ କାରଣ ରହିଛି । ଭଗବାନ କୃଷ୍ଣ ଓ ରାଧାଙ୍କ ପ୍ରେମ କାହାଣୀକୁ ନେଇ ଉଭୟ ଗ୍ରାମ ମଧ୍ୟରେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ।

pic courtesy amarujala

ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ଭଗବାନ କୃଷ୍ଣ ନନ୍ଦଗାଓଁ ର ଏବଂ ରାଧା ରାଣୀ ବରସାନା ଗ୍ରାମର ବାସିନ୍ଦା ଥିଲେ । ଉଭୟଙ୍କ ମଧ୍ୟରେ ଅତୁଟ ପ୍ରେମ ଥିଲା। ଉଭୟଙ୍କ ମଧ୍ୟରେ ବିବାହ ହୋଇନଥିଲେ ମଧ୍ୟ ନନ୍ଦଗାଓଁର ବାସିନ୍ଦା ରାଧାରାଣୀଙ୍କୁ ଗ୍ରାମର ବୋହୂ ବୋଲି ଭାବୁଥିଲେ । ଠିକ୍ ସେହିପରି ବରସାନା ଗ୍ରାମବାସୀ ଶ୍ରୀକୃଷ୍ଣଙ୍କୁ ଜ୍ବାଇଁ ଭାବରେ ସମ୍ବୋଧନ କରୁଥିଲେ ।

pic couresy amarujala

ନନ୍ଦଗାଓଁ ଏବଂ ବରସାନା ଗ୍ରାମବସୀଙ୍କ ମାନ୍ୟତା ଅନୁଯାୟୀ ଯଦି ଏହି ଦୁଇଟି ଗ୍ରାମ ମଧ୍ୟରେ ବିବାହ ହୁଏ, ତେବେ ରାଧା-କୃଷ୍ଣଙ୍କ ପ୍ରେମକୁ ଲୋକେ ଭୁଲିଯିବେ । ବରସାନା ଗ୍ରାମବାସୀଙ୍କ କହିବା ହେଲା ଏହି ଗ୍ରାମର ଜ୍ବାଇଁ ହେଉଛନ୍ତି କେବଳ ଶ୍ରୀକୃଷ୍ଣ ଏବଂ ନନ୍ଦଗାଓଁ ବାସିନ୍ଦାଙ୍କ ମଧ୍ୟ ଠିକ୍ ସେହିପରି କୁହନ୍ତି ଯେ ଏହି ଗ୍ରାମର ବୋହୂ ହେଲେ କେବଳ ରାଧାରାଣୀ । ରାଧା-କୃଷ୍ଣଙ୍କ ଅତୁଟ ପ୍ରେମକୁ ମନେ ରଖିବା ପାଇଁ ଏହି ପ୍ରଥା ପ୍ରଚଳିତ ବୋଲି ପୌରାଣିକ ତଥ୍ୟରୁ ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here