ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ପ୍ରାଣୀଉଦ୍ୟାନ କେନ୍ଦ୍ର ନନ୍ଦନକାନନରେ ଶନିବାର ଆଉ ଏକ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି। ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା।   ଯାହାଫଳରେ ଆନାକୋଣ୍ଡାର ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଥିବାବେଳେ ଆଉ ୩ଟି ଅସୁସ୍ଥଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଓ ସ୍ଥିତି ପରଖିବା ପାଇଁ ଚେନ୍ନାଇରୁ ଏକ ସ୍ବତନ୍ତ୍ର ଟିମ ଆସୁଛନ୍ତି।

ସୂଚନା ଅନୁଯାୟୀ, ନନ୍ଦନକାନକୁ ମାଡ୍ରାସ କ୍ରେକୋଡାଇଲ୍ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା। ଏହି ୮ଟି ଆନାକୋଣ୍ଡା ହଳଦିଆ ରଙ୍ଗର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଇ ଆନାକୋଣ୍ଡା ସାପ ରହିଥିଲେ।

Comments are closed.