ଧଳାବାଘ ଶୁଭ୍ରାଂଶୁ ପୁଣି ଅସୁସ୍ଥ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ୫ ବର୍ଷର ଧଳାବାଘ ଶୁଭ୍ରାଂଶୁ ପୁଣି ଅସୁସ୍ଥ ହୋଇପଡ଼ିଛି। ଗତ ସେପ୍ଟେମ୍ବର ୨୨ରେ ବାଘଟି ପ୍ରଥମେ ଯକୃତଜନିତ ସମସ୍ୟା ଯୋଗୁଁ ତରଳ ଝାଡ଼ାରେ ଅସୁସ୍ଥ ହୋଇଥିଲା। ଏବେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ବାଘ ସଫାରି ଫିଡିଙ୍ଗ ଚାମ୍ବରରେ ରହି ସେ ଚିକିତ୍ସିତ ହେଉଛି। ଦାୟିତ୍ୱରେ ଥିବା ଜନ୍ତୁ ଏସିଏଫ୍‍ ଅଞ୍ଜନ କୁମାର ମହାନ୍ତି ଓ ଅନ୍ୟ ଅଧିକାରୀ ତା’ର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ୨୦୧୪ ଜୁଲାଇ ୨୫ରେ ସାଧାରଣ ବାଘ ମନୀଷ ଓ ଧଳାବାଘୁଣୀ ସ୍ନେହା ମିଳନର ପ୍ରଥମ ଗର୍ଭରୁ ଶୁଭ୍ରାଂଶୁ ଜନ୍ମଗ୍ରହଣ କରିଥିଲା। ଏବେ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି। ସେଥିରୁ ଧଳାବାଘ ୮, ସାଧାରଣ ବାଘ ୧୪ ଓ କଳା ଲୋମଯୁକ୍ତ ବାଘ ୪ ଅଛନ୍ତି।

Comments are closed.