ନନ୍ଦନକାନନ: ଏପ୍ରିଲରୁ ବଢ଼ିବ ପ୍ରବେଶ ଶୁଳ୍କ

0

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଗଲେ ଏଣିକି ପର୍ଯ୍ୟଟକଙ୍କୁ ଅଧିକ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ଆସନ୍ତା ଏପ୍ରିଲ ୧ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ବୟସ୍କଙ୍କ ଲାଗି ପୂର୍ବରୁ ପ୍ରବେଶ ଶୁଳ୍କ ୪୦ ଟଙ୍କା ଥିବାବେଳେ ୧ ତାରିଖରୁ ଏହା ୫୦ ଟଙ୍କା ହେବ। ତେବେ ୩ରୁ ୧୨ ବର୍ଷ ବୟସର ପିଲାଙ୍କ ପ୍ରବେଶ ଶୁଳ୍କ ପୂର୍ବବତ୍‌ ୧୦ ଟଙ୍କା ରହିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ପ୍ରବେଶ ଶୁଳ୍କ ୧୦୦ ଟଙ୍କା ରହିଛି। ଏହାଛଡା ପୂର୍ବରୁ କ୍ୟାମେରା ଓ ଭିଡିଓ କ୍ୟାମେରା ନେବାକୁ ହେଲେ ଏଥିପାଇଁ ଅର୍ଥ ଦେବାକୁ ପଡ଼ୁଥିଲାବେଳେ ଏଣିକି ଆଉ ଏଥିପାଇଁ ଅର୍ଥ ଦେବାକୁ ପଡ଼ିବ ନାହିଁ। ଏଥିସହ ପର୍ଯ୍ୟଟକଙ୍କ ବ୍ୟାଗ୍‌ ରଖିବା ଲାଗି ଥିବା କ୍ଲକ୍‌ ରୁମ୍‌ ପାଇଁ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply