ନେମାଳ ଥାନାରେ ମୁନିସୀ ମେଲଣ ଅନୁଷ୍ଠିତ

0

ନେମାଳ : ନେମାଳ ଥାନା ପକ୍ଷରୁ ପବିତ୍ର ଦୋଳ ଉତ୍ସବ ଅବସରରେ ମୁନୀସ୍‍ ମେଲଣ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଲଣକୁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ ବିମାନ ମାନ ଶୋଭାଯାତ୍ରାରେ ଆସି ମେଲଣପଡିଆରେ ଅଧିଷ୍ଠିତ ହୋଇଥିଲେ। ମେଲଣର ଗାଦିଶ୍ୱର ଭାବେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଗୋପୀନାଥଜୀଉ ମହାପୁରୁଷଙ୍କ ପୀଠରୁ ଏକ ବିରାଟ ଶୋଭାଯାତ୍ରାରେ ବାଜା, ବାଣ, ଷଣ୍ଢ, ସଖିମାନଙ୍କ ଗହଣରେ ଆସି ପ୍ରଥମେ ମେଲଣ ମଣ୍ଡପରେ ଅଧିଷ୍ଠିତ ହେବା ପରେ ଦଧିବାମନଜୀଉଙ୍କ ବିମାନ, କୁଞ୍ଜବିହାରୀଙ୍କ ବିମାନ, ମହିମାଗାଦିର ବିମାନ, ବାଙ୍କବିହାରୀଙ୍କ ବିମାନ, ରାଧାକୃଷ୍ଣ ବିମାନ ଆଦି ବିଭିନ୍ନ ଦିଗରୁ ଶୋଭାଯାତ୍ରାରେ ଆସି ମେଲଣ ପିଣ୍ଡିରେ ପହଞ୍ଚିଥିଲେ। ନେମାଳ ଥାନା ପକ୍ଷରୁ ବିମାନ ମାନଙ୍କୁ ଫୁଲ, ଭୋଗ, ଧୂପ, ନୂତନ ବସ୍ତ୍ର ଅର୍ପଣ କରାଯିବା ସହିତ ଯଥାବିଧି ସେବାକାର୍ଯ୍ୟ କରାଯାଇଥିଲା। ଏଥିରୁ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଏହି ମେଲଣ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଥାନା ପକ୍ଷରୁ ଆଇ ଆଇ ସି ନିହାର ରଂଞ୍ଜନ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଥାନା ସବ୍‍ଇନସ୍‍ପେକ୍ଟର ନିର୍ମଳ ଶେନାପତି, ସୁନିଲ କୁମାର ପତି, ଗୋପବନ୍ଧୁ ମଲିକ, ଗୟାଧର ବେହେରା, ବି.ପି. ଦାସ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply