ନଳିନୀ ପ୍ରଧାନଙ୍କ ପାର୍ଥୀପତ୍ର ନାକଚ କରିବାକୁ ବିଜେପିର ପିଟିସନ

ସମ୍ବଲପୁର : ଓଡ଼ିଶାର ପୂର୍ବତନ ପୂର୍ତ୍ତ ସଚିବ ତଥା ବିଜେଡିର ସମ୍ବଲପୁର ଲୋକସଭା ପାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପାଇଁ ବିଜେପି ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ପତ୍ର ଦାଖଲ କରାଯାଇଛି।
ସମ୍ବଲପୁର ଲୋକସଭା ଆସନରେ ବିଜେପି ପାର୍ଥୀ ନୀତିଶ ଗଙ୍ଗଦେବଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ନୀତିଶ ଗଙ୍ଗଦେବଙ୍କ ଅଭିଯୋଗ ଅନୁସାରେ ନଳିନୀ ପ୍ରଧାନ ଦୁଇଦୁଇଟି ଲାଭଜନକ ପଦବୀରେ ରହି ପାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏପ୍ରିଲ ୩ ତାରିଖ ସୁଦ୍ଧା ପଦବୀରୁ ଇସ୍ତଫା ଦେଇନଥିବା ବେଳେ ନିଜର ସତ୍ୟପାଠରେ ଏହା ଦର୍ଶଇ ନାହାନ୍ତି। ନଳିନୀ ପ୍ରଧାନ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ନୋମିନି ଡିରେକ୍ଟର ଏବଂ ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ ଡିରେକ୍ଟର ପଦବୀରେ ଥିବାସ୍ୱତ୍ତେ ପାର୍ଥୀପତ୍ର ଦାଖଲ କରିଥିବା ବିଜେପି ଅଭିଯୋଗ କରିଛି।
ଏହି ଅଭିଯୋଗ କରାଯିବା ପରେ ସମ୍ବଲପୁର ଜିଲାପାଳ ବିଜେଡି ପାର୍ଥୀ ନଳିନୀ ପ୍ରଧାନଙ୍କୁ ନୋଟିସ ଜାରି କରିିଛି। ଶନିବାର ୧୦.୪୫ ସୁଦ୍ଧା ଏହାର ଜବାବ ରଖିବାକୁ କୁହାଯାଇଛି। ଜବାବ ଦାଖଲ ପରେ ଅଭିଯୋଗର ଶୁଣାଣି ହେବ ବୋଲି ଜଣାପଡିଛି।

Comments are closed.