ଏବେ ନୈନିତାଲ ଦର୍ଶନ କରାଇବେ ପର୍ୟ୍ୟଟନ ପୁଲିସ୍

0

ମେ ମାସ’ ପ୍ରଥମ ସପ୍ତାହରୁ ନୈନିତାଲରେ ପ୍ରତି ବର୍ଷ ପର୍ୟ୍ୟଟକଙ୍କ ଆଶାତୀତ ବୃଦ୍ଧି ପାଇଥାଏ। ଏଇ ଛୋଟ ସହରରେ ପର୍ୟ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବା ନିମନ୍ତେ ଏଥରକ ପର୍ୟ୍ୟଟନ ପୁଲିସଙ୍କୁ ନିଯୁକ୍ତ କରାଯାଇଛି।

ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଏଇ ସମୟରେ ପର୍ୟ୍ୟଟକ ନୈନିତାଲକୁ ଛୁଟି ଆସିଥାନ୍ତି। ଯଦିଓ ବେସରକାରୀ ଭାବେ ସଂଖ୍ୟାଧିକ ପର୍ୟ୍ୟଟନ ସଂସ୍ଥା ଗ୍ରାହକଙ୍କୁ ବିଭିନ୍ନ ସ୍ଥାନ ପ୍ୟୃାକେଜ୍ ଜରିଆରେ ଭ୍ରମଣ କରାନ୍ତି ହେଲେ ପର୍ୟ୍ୟଟନ ପୁଲିସ୍ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏସବୁ ସୁବିଧା ଉପଲବ୍ଧ କରାଇବେ ବୋଲି ଜଣାପଡ଼ିଛି।

ସେଠାକାର ସବୁଠୁ ଉତ୍ତମ ହୋଟେଲ ଓ ଲଜିଂର ବିବରଣୀ ମଧ୍ୟ ଏହି ପର୍ୟ୍ୟଟନ ପୁଲିସ୍ ଦେବା ସହ ପର୍ୟ୍ୟଟକଙ୍କ ସହ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାତ୍ରା କରନ୍ତି। ନୈନିତାଲ ଆସୁଥିବା ସଂଖ୍ୟାଧିକ ପର୍ୟ୍ୟଟକଙ୍କ ମତରେ ଏଠାକାର ଲୋକଙ୍କ ବ୍ୟବହାର ଖୁବ୍ ମାର୍ଜିତ।

ଦିନକୁଦିନ ପର୍ୟ୍ୟଟକଙ୍କ ସଂଖ୍ୟା ଏଠାରେ ବଢ଼ୁଥିବାରୁ ସ୍ଥାନୀୟ ପ୍ରଶାସନ ତରଫରୁ ହିଁ ‘ପର୍ୟ୍ୟଟନ୍ ପୁଲିସ୍’ ସେବା ଆରମ୍ଭ କରାଯାଇଛି।

Leave A Reply