ନଖ କାମୁଡ଼ିବାର କାରଣ

0

ପ୍ରତି ୧୫ଜଣରେ ୬ଜଣ ଲୋକ ନଖ କାମୁଡ଼ୁଥିବାର ଦେଖାଯାଏ। କେବଳ ଏହା ପିଲାଙ୍କ ବଦଭ୍ୟାସ ନୁହେଁ, ବରଂ ବୟସ୍କ ବର୍ଗର ଲୋକେ ମଧ୍ୟ ନଖ କାମୁଡ଼ିଥାନ୍ତି। ନିକଟରେ କାଲିଫର୍ଣ୍ଣିଆର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରି କିଛି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି।

ନର୍ଭସ୍ ରୋଗୀମାନେ ନଖ କାମୁଡ଼ିଥାନ୍ତି। ଏହା ଦ୍ବାରା ସେମାନଙ୍କୁ ମାନସିକ ଶାନ୍ତି ମିଳୁଥିବାର ମତ ମିଳିଛି।

ଯେଉଁ ବର୍ଗର ଲୋକେ ନିଜ ମନର କଥାକୁ ସହଜରେ କହିପାରନ୍ତି ନାହିଁ, ସେମାନେ ମଧ୍ୟ ନଖ କାମୁଡ଼ୁଥିବାର ଦେଖାଯାଇଛି।

ଅନେକ ଲୋକଙ୍କର ବିଭିନ୍ନ କାମ କରିବା ନିମନ୍ତେ ସାହସ ଜୁଟିନଥାଏ ଏମାନେ ମଧ୍ୟ ନଖ କାମୁଡ଼ିଥାନ୍ତି।

ମନସ୍ତତ୍ତ୍ବବିତଙ୍କ ମତରେ ପ୍ରାୟ ୧୨%ରୁ ଅଧିକ ଲୋକେ ନଖ କାମୁଡ଼ିବାକୁ ଭଲପାନ୍ତି। କାରଣ ଏପରି କରିବାରେ କ​‌ଷ୍ଟ ବା ଯନ୍ତ୍ରଣା ହେଲେ ସେମାନଙ୍କୁ ମଜା ଲାଗିଥାଏ।

ଅନେକ କର୍ମଜୀବୀ ମଧ୍ୟ ରୀତିମତ ନଖ କାମୁଡ଼ିଥାନ୍ତି। ଏହା ପଛର ମୁଖ୍ୟ କାରଣ ହେଲା ନଖ କାଟିବା ନିମନ୍ତେ ସେମାନଙ୍କ ନିକଟରେ ସମୟ ନଥାଏ।

ନଖ କାମୁଡ଼ୁଥିବା ସଂଖ୍ୟାଧିକ ଲୋକେ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିବାର ପ୍ରକାଶ।

Leave A Reply