ଜେଲି ନେଲ ଆର୍ଟର ଫ୍ୟାସନ

0

ନେଲ ଆର୍ଟର ଫେସନ୍ ଗତ କିଛି ବର୍ଷ ହେବ ଯୁବତୀ ଓ ମହିଳାଙ୍କ ଗହଣରେ ଖୁବ୍ ଲୋକପ୍ରିୟ ହୋଇଛି। ଦିଲ୍ଲୀ ଓ ମୁମ୍ବଇରେ ‘ମନସୁନ୍ ଜେଲି ଆର୍ଟ’ର ଝଲକ ମଧ୍ୟ ଦେଖିବାକୁ ମିଳୁଛି। ଏହି ଫେସନ୍ ରାତାରାତି ସମସ୍ତଙ୍କୁ ଆକର୍ଷିତ କରିଛି କହିଲେ ଚଳେ। ଟ୍ରାନ୍ସପରେଣ୍ଟ ନେଲପଲିସ୍ରେ ଏହି ଆର୍ଟକୁ କରାଯାଇଥାଏ। ଯୁବତୀ ଓ ମହିଳାମାନେ ବିଭିନ୍ନ ଉତ୍ସବ ନିମନ୍ତେ ଏହି ଡିଜାଇନ୍ ପସନ୍ଦ କରୁଥିବାର ଜଣାପଡ଼ିଛି। ପ୍ରଥମେ କାନ୍ସ ଉତ୍ସବରେ ଏହି ନେଲ୍ ଆର୍ଟ ଲଗାଇ ସେଲିବ୍ରିଟିମାନେ ରେଡ୍ କାର୍ପେଟ୍ରେ ଚାଲିଥିଲେ। ପରେ ହଲିଉଡ, ଏବେ ବଲିଉଡ ଓ ଭାରତୀୟ ମହିଳାଙ୍କ ମଧ୍ୟରେ ଏହି ବର୍ଷାଦିନିଆ ଷ୍ଟାଇଲ୍ର ଆଦର ବଢ଼ୁଥିବାର ଦେଖାଯାଉଛି। ପାର୍ଲରରେ ଗୋଟିଏ ହାତରେ ଜେଲି ନେଲ୍ ଆର୍ଟ ଲଗାଇବା ନିମନ୍ତେ ୪୦୦ ଟଙ୍କାରୁ ୭୦୦ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ।

Leave A Reply