ଆକର୍ଷଣୀୟ ନଖ ପାଇଁ ଆପଣାନ୍ତୁ ଏହି ଟିପ୍ସ

ପୁରୁଷଙ୍କ ଅପେକ୍ଷା ନାରୀମାନେ ନଖକୁ ସୁନ୍ଦର କରିବାରେ ଅଧିକ ଧ୍ୟାନ ଦିଅନ୍ତି। ହାତ ସୁନ୍ଦର ଦେଖା ଯିବାରେ ନଖ ଭୂମିକା ଗୁରୁତ୍ଵପୂର୍ଣ୍ଣ। ନଖରୁ ହିଁ ମଣିଷର ବ୍ୟକ୍ତିତ୍ଵ ଜଣାପଡି ଥାଏ। ଯଦି ଆପଣ ନିଜ ନଖକୁ ଆକର୍ଷଣ କରିବା ପାଇଁ ଚାହଁନ୍ତି ତେବେ ଆପଣାନ୍ତୁ ଏହି ଉପାୟଟ୍ଟ

୧. ରାତିରେ ଶୋଇବା ପୂର୍ବରୁ ସାବୁନ ବା ବଡିୱାସ୍ ଅଳ୍ପ ନେଇ ଏକ ବ୍ରସ୍ ସାହାଯ୍ୟରେ ନଖକୁ ସଫା କରନ୍ତୁ। ଫଳରେ ନଖରେ ଚମକ ଆସିବା ସହ ଏହା ସୁସ୍ଥ ରହିଥାଏ।

୨. କେଶକୁ ଟ୍ରିମିଂ କରିବା ଭଳି ନଖକୁ ମଧ୍ୟ ଟ୍ରିମିଂ କରନ୍ତୁ। ଅଧିକ ବଡ ନଖ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପକାଇଥାଏ। ସପ୍ତାହକୁ ଥରେ ଲେଖାଏଁ ନଖକୁ ଟ୍ରିମିଂ କରନ୍ତୁ।

୩. ରାତିରେ ଶୋଇବା ପୂର୍ବରୁ ନଖରେ ଲିପ୍ ବାମ୍ ବା ତେଲ ମାଲିସ କରନ୍ତୁ। ଏହା ଦ୍ବାରା ନଖ ଆକର୍ଷଣୀୟ ହୋଇଥାଏ।

୪. ସପ୍ତାହରେ ଥରେ ନଖରେ ଲେମ୍ବୁ ଚୋପା ଘସନ୍ତୁ। ଫଳରେ ନଖ ଭଲ ବଢିବା ସହ ମଜଭୁତ ରହିଥାଏ।

୫. ନଖ ଫାଟି ଯାଇଥିଲେ ବା ଚମାଡା ଠାରୁ ଅଲଗା ହୋଇଥିଲେ, ଉଷୁମ ସୋରିଷ ତେଲ ନଖରେ ମାଲିସ କରନ୍ତୁ।

Comments are closed.