ଏବେ ଦାନ୍ତ ପରି ଦିଶିବ ନଖ

0

ଗତ କିଛି ବର୍ଷ ମଧ୍ୟରେ ନଖ ଉପରେ ବିଭିନ୍ନ ପ୍ରକାରର ଡିଜାଇନର ପ୍ରୟୋଗ ହେଉଥିବାର ଦେଖିବାକୁ ମିଳୁଛି । ଏବେ ‘ନେଲ୍ ଆର୍ଟ’ର ଲୋକପ୍ରିୟତା ଶୀର୍ଷରେ ରହିଛି । ଆରମ୍ଭରୁ ଡିଜାଇନରମାନେ ଭଳିକିଭଳି ରଙ୍ଗ ନଖରେ ପ୍ରୟୋଗ କରୁଥିଲେ । ଏବେ କିନ୍ତୁ ଏହି କଳାର ରୂପରେଖ ବଦଳିଛି। ଲଣ୍ଡନର ଏକ ବ୍ୟୁଟିପାର୍ଲରରେ ଆରମ୍ଭ ହୋଇଛି ‘ନୂଆ ନଖ ଫେସନ୍’ । ଏଠାରେ ନଖକୁ ଏପରି ସାଜସଜ୍ଜା କରାଯାଉଛି, ତାହା ମନୁଷ୍ୟର ଦାନ୍ତ ପରି ହିଁ ଦିଶୁଛି । ଏହା ସହ ଇଟାଲୀର ଏକ ପାର୍ଲର ମଧ୍ୟ କିଛିଦିନ ତଳେ ଚର୍ଚ୍ଚା ପରିସରକୁ ଆସିଥିଲା । କାରଣ ଜଣେ ଗର୍ଭବତୀ ମହିଳାଙ୍କ ନଖରେ ତାଙ୍କ ଗର୍ଭସ୍ଥ ଶିଶୁର ସ୍କାନିଂ ଫଟୋକୁ ଚିତ୍ରାୟିତ କରାଯାଇଥିଲା । ବିଭିନ୍ନ ମହଲରେ ଏ ନେଇ ପ୍ରତିକ୍ରିୟା ହୋଇଥିଲା କିନ୍ତୁ ଲୋକଙ୍କ ଚାହିଦା ସେହିଭଳି ବଢ଼ୁଛି ବୋଲି ଅଧିକାଂଶଙ୍କ ଯୁକ୍ତି । ବିଦେଶରେ ଏଭଳି ଡିଜାଇନର ‘ନେଲ୍-ଆର୍ଟ’ ଖୁବ୍ ମହଙ୍ଗା । ଏହି ଦାନ୍ତ ନେଲ୍ ଆର୍ଟ ଆଙ୍ଗୁଠି ପିଛା ୧୧ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ବୋଲି ଜଣାପଡ଼ିଛି।

Leave A Reply