ଚନ୍ଦ୍ରଭାଗା ତେଳୁଗୁ ବସ୍ତିରେ ନାଗ ପଞ୍ଚମୀ ଉତ୍ସବ ପାଳିତ

0

କୋଣାର୍କ : ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ନାଗ ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି। କୋଣାର୍କ – ପର୍ଯ୍ୟଟନ କ୍ଷେତ୍ର କୋଣାର୍କରୁ ୩ କିମି ଦୂରରେ ଅବସ୍ଥିତ ଏହି ବସ୍ତି ଅବସ୍ଥିତ। ପ୍ରତ୍ୟୁଷରୁ ଏହି ବସ୍ତିର ମହିଳାମାନେ ଉଇ ହୁଙ୍କା ନିକଟରେ ଅଣ୍ଡା, କ୍ଷୀର, ଧୂପ , ଫୁଲମାଳ ଓ ନାଲି ରଙ୍ଗର ସାଲୁକନା ଦେଇ ଧର୍ମୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ତେଲୁଗୁ ସାହିର କୂଳବଧୂମାନେ ନୂତନ ବସ୍ତ୍ର ପରିଧାନ କରି ନାଗ ଦେବତାଙ୍କ ଆଶିଷ ଲାଭ କରିବା ପାଇଁ ପୂଜାର୍ଚ୍ଚନା କରି ମନୋସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ । ନିଜ ନିଜର ଘରେ ପ୍ରସ୍ତୁତ କରିଥିବା ସୂସ୍ୱାଦୁ ଖାଦ୍ୟ ସାମଗ୍ରୀକୁ ସେବନ କରିଥିଲେ।

Leave A Reply