ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବେ ଏହି ଦୁଇ ଅତିଥୀ

0

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଜଣ ନୂଆ ଅତିଥୀଙ୍କୁ ପର୍ଯ୍ୟଟକ ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ମହୀଶୂରରୁ ଦୁଇଟି ଧୂସର ଗଧିଆଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ସେମାନଙ୍କ ବୟସ ଅଢେଇ ବର୍ଷ ହେବ ବୋଲି ଜଣାଯାଇଛି । ୩ଟି କୂଜି ହରିଣ ବଦଳରେ ବଦଳରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଗଧିଆଙ୍କୁ ଅଣାଯାଇଛି । ଏହି ଦୁଇ ଗଧିଆ ନନ୍ଦନକାନନରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସେମାନଙ୍କୁ ଭେଟେରିନାର କ୍ୱେରେଣ୍ଟାଇନରେ ରଖାଯାଇଛି । ଏହି ଦୁଇ ଗଧିଆ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି ।

Leave A Reply