ଚମ୍ପିଆନ ଆଖ୍ୟା ସହ ଶୀର୍ଷକୁ ଫେରିଲେ ନାଦାଲ

0

ରୋମ : ସ୍ପେନର ରାଫେଲ ନାଦାଲ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟପ୍‍ ସିଡ୍‍ ନାଦାଲ ୬-୧, ୧-୬, ୬-୩ ସେଟ୍‍ରେ ୨ୟ ସିଡ୍‍ ତଥା ଡିଫେଣ୍ଡିଂ ଚମ୍ପିଆନ ଜର୍ମାନୀର ଆଲେକ୍‍ଜାଣ୍ଡାର ଜେରେଭ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ନାଦାଲ ପୁଣି ଏଟିପି ତାଲିକାରେ ଶୀର୍ଷ ମାନ୍ୟତା ଫେରିପାଇଛନ୍ତି। ଏଥରକୁ ମିଶାଇ ନାଦାଲ ଏଠାରେ ଆଠଥର ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ ଗତ ସପ୍ତାହରେ ମାଦ୍ରିଦ ଓପନରେ ପରାସ୍ତ ହେବାପରେ ନାଦାଲ ୧ ନମ୍ବର ମାନ୍ୟତା ହରାଇଥିଲେ।

Leave A Reply