ଏନ୍ଏ‌ସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ

0

ଖୋର୍ଦ୍ଧା: ବେଗୁନିଆକୁ ଏନଏସି ମାନ୍ୟତା ପ୍ରଦାନ ଦାବିରେ ବେଗୁନିଆ ସଚେତନତା ମଞ୍ଚ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ଲୋକମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି। କେବଳ ଜରୁରିକାଳୀନ ଗାଡ଼ି ଓ ବାଇକ୍‌କୁ ଯିବା ପାଇଁ ଅନୁମତି ଦିଆଯାଉଛି। ଲୋକମାନେ ତମ୍ବୁ ପକାଇ ରାଜପଥରେ ବସିଛନ୍ତି । ବେଗୁନିଆରେ ସମସ୍ତ ସ୍କୁଲ,କଲେଜ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଦୋକାନ, ବଜାର ମଧ୍ୟ ବନ୍ଦ ରହିଛି । ବେଗୁନିଆକୁ ଏନଏସି ପ୍ରଦାନ ଦାବି ସମେତ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚସି ଘୋଷଣା ଓ ବେଗୁନିଆରେ ଏକ ଜେଏମଏଫଏସି କୋର୍ଟ ଖୋଲିବା ଦାବିରେ ଆଜି ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି ।

Leave A Reply