ଚାଷ ଜମି ନିକଟରେ ମିଳିଲା ଶବ ; ପରିବାର ଲୋକଙ୍କ ହତ୍ୟା ସନ୍ଦେହ

0

ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ସନ୍ୟାସୀ ଭତ୍ରାଙ୍କ ଦୁଇ ପୁଅ ମାଛଧରିବାକୁ ଯାଇଥିଲେ। ସାନପୁଅ ଦୁର୍ଲଭ ଭତ୍ରା ଘରକୁ ଫେରିଥିବା ବେଳେ ବଡପୁଅ ଦୁର୍ଯ୍ୟଧନ ଭତ୍ରା ଆଉ ଘରକୁ ଫେରି ନ ଥିଲେ। ଶନିବାର ଦୁର୍ଯ୍ୟଧନର ମୃତଦେହ ଏକ ଚାଷ ଜମିରେ ନିକଟରେ ପଡିଥିବାର ବଡ ପୁଅ ଦେଖିଥିଲେ। ଏହାପରେ ସେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ୫ଟା ସମୟରେ ଘରକୁ ଫେରିବା ପାଇଁ ଦୁର୍ଯ୍ୟଧନ କହିଥିବା ବେଳେ ରାତିହେବା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଦୁର୍ଯ୍ୟଧନଙ୍କ ବେକରେ ଏବଂ ଆଖିରେ କ୍ଷତ ସ୍ଥାନ ଥିବାରୁ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ବ୍ୟବଛଦ ପାଇଁ ପଠାଯାଇଛି।

Leave A Reply