୨୦ କୋଟିର ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପ ଉଦ୍‍ଘାଟିତ

0

ନବରଙ୍ଗପୁର : ଇନ୍ଦ୍ରାବତୀ ନଦୀକୂଳ ଡାଇଭଟ୍ଟାରେ ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ଭିଡିଓ କନ୍‍ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ମୋଟ ୨୦କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏହି ଜଳସେଚନ। ଏହି ପ୍ରକଳ୍ପ ଦ୍ବାରା ନନ୍ଦାହାଣ୍ଡି ବ୍ଳକର ଦୁଇଟି ଗ୍ରାମ ପଞ୍ଚାୟତର ୫ଟି ରାଜସ୍ୱ ଗ୍ରାମର ୯୯୯ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ଏହାପରେ ଡାଇଭଟ୍ଟାରେ ପ୍ରକଳ୍ପର ଗୃହକୁ ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀ ଉଦ୍‍ଘାଟନ କରିଥିିଲେ। ସାଂସଦ ଇଂ. ବଳଭଦ୍ର ମାଝୀ, ଜିଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ଏସ୍‍ପି ବିବେକାନନ୍ଦ ଶର୍ମା ପ୍ରମୂଖ ଉପସ୍ଥିତ ରହିଥିିଲେ। ଏଠାରେ ୪ଟି ବଡ ମୋଟର ପମ୍ପ ଲଗାଯାଇଛି। ବଡବଡ ଲୁହାପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳର ୨୫୦୦ଏକର ଜମିରେ ଜଳସେଚନ କରାଯାଇପାରିବ। ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରି ଜିଲାରେ ପାଇପ୍‍ଯୋଗେ ପିଇବାପାଣି ନିମେନ୍ତ ୪୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ। ଜଳସେଚନ ହେଲେ ଏହି ଅଞ୍ଚଳରେ ସୁନାର ଫସଲ ଫଳିବ ଏବଂ ମରୁଡିର ଭୟ ରହିବ ନାହିଁ ବୋଲି କହିଥିଲେ। ସାଂସଦ ଇଂ.ମାଝୀ ରାଜ୍ୟସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁ ଜନହୀତକର ଯୋଜନା ହାତକୁ ନେଇଥିିବା କହିଥିଲେ। ଜଳସେଚନ ପାଇଁ ଏହି ପ୍ରକଳ୍ପ ବହୁ ସହାୟକ ହେବ । ଏହି ଜିଲା ଜଳସେଚନରେ କମ୍‍ ରହିଥିବାବେଳେ ଏହାକୁ ବଢାଇବା ପାଇଁ ଯୋଜନା କରାଯାଇଥିବା କହି ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲ ।  ଜିଲା ବିଜେଡି ସଭାପତି ଶ୍ରୀ ତ୍ରିପାଠୀ କହିଥିଲେ ଜିଲାରେ ଜଳସେଚନ ପାଇଁ ଗତ ୩୦ ବର୍ଷଧରି ଆନ୍ଦୋଳନ କରାଯାଇଆସୁଛି। ତାହା ଏବେ ସଫଳ ହୋଇଛିି। ଖୁବାଶୀଘ୍ର ତୁରୀ ଓ ଗୁଣିଥାଟ ନଦୀପ୍ରକଳ୍ନ କାର୍ଯ୍ୟ ଆରମ୍ଭ ହେବ। ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ନବରଙ୍ଗପୁର ଜିଲାବାସୀଙ୍କର ବହୁ କ୍ଷତି ହୋଇଥିିବାବେଳେ ଜିଲାରେ ୩୫ ପ୍ରତିଶତ ଜଳସେଚନ ପାଇଁ ସଂଗ୍ରାମ ଜାରି ରହିବ। ଜିଲାପାଳ ଡଃ.ମିଶ୍ର କହିଥିଲେ ଜିଲାରେ ଜଳସେଚନକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ସହ ଆଡିବନ୍ଧ କରାଯାଉଛି। ଏହି ଜିଲା କୃଷିଭିତ୍ତିକ ହୋଇଥିବାବେଳେ ଜଳସେଚନକୁ ରାଜ୍ୟ ସରକାର ଓ ଜିଲାପ୍ରଶାସନ ଗୁରୁତ୍ୱ ଦେଉଛି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର କର୍ମକର୍ତ୍ତା ଓ ବିଜେଡିର କର୍ମୀ, ଚାଷୀ ଓ ଗ୍ରାମବାସୀମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ।

 

Leave A Reply