ସିଦ୍ଧୁଙ୍କ ଉପରେ ଲାଗିଲା ୭୨ ଘଣ୍ଟିଆ ନିର୍ବାଚନୀ ପ୍ରଚାର କଟକଣା

ନୂଆଦିଲ୍ଲୀ : ନିର୍ବାଚନ କମିଶନ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିର୍ବାଚନ ସଭା, ରାଲି ଉପରେ ୭୨ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି। ଏହାସହ ସିଦ୍ଧୁ କୌଣସି ସାମ୍ବାଦିକଙ୍କୁ ନିଜର ମତ ପ୍ରଦାନ ମଧ୍ୟ କରିପାରିବେ ନାହିଁ। ଏହି କଟକଣା ଏପ୍ରିଲ ୨୩ ସକାଳ ୧୦ଟାରୁ ଲାଗୁ ହେବ। ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ସିଦ୍ଧୁଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଯେ ବିହାରର କଟିଦାର ନିର୍ବାଚନ ସଭାରେ ସିଦ୍ଧୁ ମୁସଲିମ ଭାଇଭାଉଣୀ ମାନେ ଏକ ହୋଇ ବିଜେପି ବିରୋଧରେ ଲଢିବାକୁ କହିଥିଲେ। ଏହି ଆସନରେ ମୁସଲିମ ଭୋଟର ଅଧିକ ରହିଥିବାରୁ ମୋଦୀ ଏହାକୁ ବାଣ୍ଟିବାକୁ ଚାହୁଁଛନ୍ତି ବୋଲି ସିଦ୍ଧୁ କହିଥିଲେ।

Comments are closed.