ସବୁ ସେହି ମହାପ୍ରଭୁଙ୍କ ଇଛା – ନବୀନ

- ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ୱେଚ୍ଛାକୃତ ସମର୍ଥନ ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ନିରାପତ୍ତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କରିବାର ମାତ୍ର ୪୦ ଦିନ ମଧ୍ୟରେ ସିଧା ସଳଖ କିଣା ବିକା ପଦ୍ଧତିରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ସୂଚନାରେ ଏ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପ୍ରତି ଧନ୍ୟବାଦ ଜଣାଇବା ସହ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,’ପବିତ୍ର ଜନ୍ମାଷ୍ଟମୀ ଦିନ ମୁଁ ଆପଣମାନଙ୍କ ନିକଟରେ ଗୋଟିଏ ଅନୁରୋଧ କରିଥିଲି ଯାହାର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ। ଅନୁରୋଧଟି ଥିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରର ନିରାପତ୍ତା ସମ୍ପର୍କରେ। ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁ କିଛି, ସେ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।’

ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ସେହି ମହାପ୍ରଭୁଙ୍କ ଇଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇପାରିଛି।

Comments are closed.