ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

0

ମୟୂରଭଞ୍ଜ : ରାଇରଙ୍ଗପୁର ମହୁଲଡ଼ିହା ପଡ଼ିଆରେ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି । ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ୪୫ କୋଟି ଟଙ୍କା ମୂଲ୍ୟର ୨୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଶନ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ଏତଦ ବ୍ୟତୀତ ସେଠାରେ ସେ ୯୬୦.୩୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଜନମଙ୍ଗଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରରେ ୧ ହଜାର କୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ୧୫ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନରେ ରାଇରଙ୍ଗପୁର ପାଇଁ ୩ଟି ବଡ଼ ଘୋଷଣା କରିଛନ୍ତି। ସବଡ଼ିଭିଜିନାଲ ହସ୍ପିଟାଲ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ରାଇରଙ୍ଗପୁର ପାଇଁ ଜଣେ ଏଡ଼ିଏମ ରହିବେ। ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ, ପିପିପି ମୋଡ଼ରେ ହସ୍ପିଟାଲ ଶଯ୍ୟା ନିର୍ମାଣ ହେବ,କ୍ରୀଡ଼ାର ବିକାଶ ପାଇଁ ଷ୍ଟାଡ଼ିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply