ମେଡିକାଲ ଦ୍ବିତୀୟ ମହଲାରୁ ଡେଇଁ ପ୍ରସୁତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର : ମେଡିକାଲ ଦ୍ୱତୀୟ ମହଲାରୁ ଡେଇଁ ପ୍ରସୁତୀଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ସରକାରୀ ମେଡିକାଲରେ। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପ୍ରସବ ଯନ୍ତ୍ରଣା ହେବାରୁ ଭର୍ତ୍ତି ହୋଇଥିଲେ ନବରଙ୍ଗପୁରର ଜେମା ଭତ୍ତ୍ରା। ସେଠାରେ ଜେମା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏହାପରେ ସେ ମେଡିକାଲରେ ଅଧିକ ଚିକିତ୍ସା ପାଇଁ ରହିଥିଲେ। କିନ୍ତୁ ହଠାତ ମେଡିକାଲର ଦ୍ୱିତୀୟ ମହଲାରୁ ତାଙ୍କ ଶିଶୁପୁତ୍ର ସହ ଡେଇଁବାକୁ ସେ ଉଦ୍ୟମ କରୁଥିଲେ। ମେଡିକାଲରେ କିଛି ଲୋକ ଜେମାଙ୍କ ପାଖରୁ ଶିଶୁପୁତ୍ରଟିକୁ ଛଡାଇନେଇଥିଲେ। ଜେମା ଶିଶୁପୁତ୍ରକୁ ଛାଡି ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡିଲେ। ଫଳରେ ଘଟଣାସ୍ଥଳରେ ଜେମାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ ଦ୍ୱିତୀୟ ମହଲାରୁ ପ୍ରସୁିତୀ ଡେଇଁ ଆତ୍ମହତ୍ୟା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ କଣ ପାଇଁ ପ୍ରସୁତୀ ଜଣଙ୍କ ଏପରି କଲେ ତାହା ତଦନ୍ତ କରିବା ପରେ ସାମ୍ନାକୁ ଆସିବ ବୋଲି କହିଛନ୍ତି ନବରଙ୍ଗପୁର ଆଇଆଇସି। ଘଟଣାସ୍ଥଳରେ ସିଡିଏମଓ, ନବରଙ୍ଗପୁର ଥାନା ଆଇଆଇସି ପହଞ୍ଚି ତଦନ୍ତ କରୁଥିବା ସୂଚନାମିଳିଛି।

Comments are closed.