ନାବାଳିକାକୁ ବଳାତ୍କାର ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ, ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

କଟକ/ କନ୍ଧମାଳ.-  କୋଟଗଡ ଥାନା ଅଧୀନରେ ଶନିବାରରେ ନାବାଳିକାକୁ ବଳାତ୍କାର ଓ ବିଭତ୍ସ ହତ୍ୟା ଘଟଣାର ଅଭିଯୁକ୍ତକୁ କନ୍ଧମାଳ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ଗଗନ ପ୍ରଧାନ । ସେ ଏହି ଅପରାଧ କରିଥିବା କଥା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା ପାଇଁ ବ୍ରହ୍ନପୁର ଏମ୍‌କେସିଜି ମେଡିକାଲ କଲେଜକୁ ପଠାଯାଇଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ , ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ,  ଶନିବାର ଅପରାହ୍ନରେ ନାବାଳିକା ଜଣଙ୍କ ଶୌଚ ହେବାପାଇଁ ଯାଇ ଆଉ ଫେରି ନଥିଲେ । ପରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ହାତକଟା ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିଲା ।  କେହି ଦୁର୍ବୃତ୍ତ ନାବଳିକାକୁ ପ୍ରଥମେ ବଳାତ୍କାର ଓ ପରେ ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା । ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଶନିବାର ବାଲିଗୁଡା-ମୁନିଗୁଡା ରାସ୍ତା ଅବରୋଧ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ ଓ କ୍ଷତି ପୂରଣ ଦାବିରେ ଶହ ଶହ ସ୍ଥାନୀୟଲୋକ ହାଟପଦା ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

Leave A Reply