୨୪ରେ ଶଙ୍ଖ ଧରିପାରନ୍ତି ନବ ଦାସ!

0

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଆସନ୍ତା ୨୪ ତାରିଖରେ ବିଜେଡିରେ ଯୋଗ ଦେବା ନେଇ ସୂଚନା ମିଳିଛି। ଜନସାଧାରଣ କଂଗ୍ରେସ ବ୍ୟତୀତ ବିଜେଡିରେ ୨୦୧୯ ବିଧାନସଭା ନିର୍ବାଚନ ଲଢିବାକୁ କହୁଥିବା ନବ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀଙ୍କ ସହ ମୋର ଭଲ ସମ୍ପର୍କ ରହିଛି। କୌଣସି କାରଣ ପାଇଁ ମୁଁ କଂଗ୍ରେସ ଛାଡୁ ନାହିଁ ବୋଲି ନବ କହିଛନ୍ତି। ଝାରସୁଗୁଡାରେ ରବିବାର ଏକ ସଭାରେ ଏହି ଆଲୋଚନା ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ନବ କିଶୋର ଦାସ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆସନ୍ତା ୨୪ ତାରିଖରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ଭିମସାର ମେଡିକାଲ କଲେଜର ଉଦଘାଟନ କରିବା ଅବସରରେ ନବ କିଶୋର ଦାସ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।

Leave A Reply