ଟିଟୋ ଲିଙ୍କରେ ଯୁବ ବ୍ୟବସାୟୀଙ୍କ ଘରେ ଚଢାଉ

0

ଜଗତସିଂହପୁର : ଟିଟୋ ଲିଙ୍କ୍‍ ଅଭିଯୋଗରେ ଯୁବ ବ୍ୟବସାୟୀ ଦିପ୍ତୀ ଦାସଙ୍କ ଜଗତସିଂହପୁର ସ୍ଥିତ ଘରେ ପୁଲିସ ଏସଟିଏଫ ଟିମ୍‍ର ଚଢଉ ହୋଇଛି।ଚଢଉ ବେଳେ ଏକ ଅଡ଼ି କାର, ଲାଇସେନ୍ସ ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି, ନଗଦ ୬୪୨୫୦ ଟଙ୍କା ସହ ଅନେକଗୁଡିଏ ବ୍ୟାଙ୍କ ଆକାଉଣ୍ଟର ପାସବୁକ୍ ଓ ଜମି ପଟ୍ଟା ଆଦି ଜବତ କରାଯାଇଛି। ଦିପ୍ତୀଙ୍କ ନାମରେ ହୋଟେଲ ନିରମଳା ରେସିଡ଼େନ୍ସି, ବୃନ୍ଦାବନ ଗେଷ୍ଟ ହାଉସ, ଗ୍ଲାସ ଏବଂ ପ୍ଲାଏ ଦୋକାନ, ଭୁବନେଶ୍ୱର ପଟିଆରେ ଘର ଆଦି ରହିଛି ବୋଲି ତଦନ୍ତ ବେଳେ ଜଣାପଡ଼ିଛି ।

Leave A Reply