ମିଳିଲା ଏକ୍ସାଭେଟର , ୩ ଅଟକ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା କେଛୋବାହାଲରୁ ଶନିବାର ରାତିରେ ଚୋରି ହୋଇଥିବା ଏକ୍ସାଭେଟରକୁ ପୁଲିସ ଠାବ କରି ଗାନ୍ଧୀଛକ ଫାଣ୍ଡିରେ ରଖିଛି। ଲୁଟ ହୋଇଥିବା ପିକଅପ ଭ୍ୟାନ ଓ ଏକ୍ସାଭେଟର ଦ୍ୱାୟିତ୍ୱରେ ଥିବା ତିନିଜଣଙ୍କ ବିଷୟରେ କୌଣସି ତଥ୍ୟ ଜଣାପଡ଼ିନି। ଏକ୍ସାଭେଟର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସେହିପରି ସୋମବାର ପୁଲିସ ପ୍ରଶାସନ ସଦଳବଳ ଜଙ୍ଗଲ ଭିତରେ ଚାଲିଥିବା ପଥର ଉତ୍ତୋଳନ କରାଯାଇଥିବା ଜାଣିବାକୁ ପାଇଥିଲା। ମାତ୍ର ସେଠାରେ ଉପସ୍ଥିତ ଥିବା ଲୋକେ ପୁଲିସ ସମ୍ମୁଖରେ କିଛି କହିନଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଶୀଘ୍ର ଧରାପଡ଼ିବେ ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରଜରାଜ ନଗର ଏସଡ଼ିପିଓ ରାମ ପ୍ରସାଦ ସାହୁ କହିଛନ୍ତି।

Leave A Reply