ପରିବାର ସଦସ୍ୟଙ୍କୁ ବାନ୍ଧି ଛାତ୍ରୀଙ୍କୁ ଗଣବଳାତ୍କାର

0

ମୁଜାଫରପୁର : ବିହାରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ପରିବାର ସଦସ୍ୟଙ୍କୁ ମାଡ଼ ମାରି, ସେମାନଙ୍କ ଗୋଡ଼ହାତ ବାନ୍ଧି ଘର ଭିତରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବ୍ୟକ୍ତି ବଳାତ୍କାର କରିଛନ୍ତି। ମୁଜାଫରପୁର ନିକଟ ମିଥାନପୁର ଥାନା ଅଧୀନ ଇମ୍‍ଲି ଚୌକ୍‍ଠାରେ ରବିବାର ରାତିରେ ଘଟିଛି ଏହି ଘଟଣା। ଥାନାଧିକାରୀ ବିଜୟ ପ୍ରସାଦ ରାଇଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ୪ଜଣଙ୍କୁ ଚିହ୍ନ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ କାର୍ଟୁନ କାରଖାନାର ମାଲିକ। ରବିବାର ରାତିରେ ସେମାନେ ବଳପୂର୍ବକ ନାବାଳିକା ଛାତ୍ରୀଙ୍କ ଘରେ ପ୍ରବେଶ କରି ଏହି କାଣ୍ଡ ଭିଆଇଛନ୍ତି। ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି।

Leave A Reply