ରାଜ୍ୟପାଳ ହେବେ “ମୁଥିୟା ମୂରଲୀଧରନ”!

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ ଦଳରର କିମ୍ବଦନ୍ତୀ ପୂର୍ବତନ ସ୍ପିନ୍ ବୋଲର “ମୁଥିୟା ମୂରଲୀଧରନ” ଶ୍ରୀଲଙ୍କାର ତାମିଲ ବହୁଳ ଉତ୍ତର ପ୍ରାନ୍ତରେ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି। ନିକଟରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଗୋତବାୟା ରାଜପକ୍ସେଙ୍କୁ ସେ ସମର୍ଥନ କରିବା କାରଣରୁ ନିର୍ବାଚନ ପରେ ଗୋତାବୟା ବ୍ୟକ୍ତିଗତ ଭାବେ ମୂରଲୀଧରନଙ୍କୁ ଭେଟି ରାଜ୍ୟପାଳ ହେବା ନେଇ ପ୍ରସ୍ତାବ ଦେଇଥିଲେ। ଏଥିରେ ମୂରଲୀଧରଣ ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି।
ନିକଟରେ ମୂରଲୀଧରଣଙ୍କ ଜିବନୀ ଉପରେ ତାମିଲରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାର ଖବର ଆସିଥିଲା। ଯାହାର ନାମ “୮୦୦”।
୧୯୭୨ ମସିହା ଏପ୍ରିଲ ୧୭ରେ ଶ୍ରୀଲଙ୍କାରେ ଜନ୍ମଗ୍ରହଣ କରିଥିବା ମୁଥିୟା ମୂରଲୀଧରନ ୧୯୯୨ରୁ କ୍ରିକେଟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୨ ରୁ ୨୦୧୧ ପର୍ୟ୍ୟନ୍ତ ଶ୍ରୀଲଙ୍କା ପାଇଁ ଦିର୍ଘ ୨୦ ବର୍ଷ କ୍ରିକେଟ ଖେଳିଥିଲେ। ମୁଥିୟା ଶ୍ରୀଲଙ୍କା ପାଇଁ ୧୩୩ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଏବଂ ୧୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮୦୦ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥଇଲାବେଳେ ଏକଦିବସୀୟ ମ୍ୟାଚରେ ୫୩୪ଟି, ପ୍ରଥମ ଶ୍ରେଣୀ କ୍ରିକେଟରେ ୧ହଜାର ୩୭୪ଟି ଓିବିକେଟ୍ ନେଇଛନ୍ତି। ସେ ତାଙ୍କର ଘାତକ ବୋଲିଂ ଆକ୍ସନ ପାଇଁ ବେଶ୍ ଜଣାଶୁଣା ଥିଲାବଳେ ସେ ତାଙ୍କର ଭଲ ପ୍ରଦର୍ଶନ ବଳରେ ୧୯୯୬ରେ ଶ୍ରୀଲଙ୍କାକୁ ବିଶ୍ବକପ ଜିତାଇଥିଲେ।

Comments are closed.