ପିଲାର ମୂର୍ତ୍ତି ଭାଙ୍ଗିବା ନେଇ ବାପା ମା’ ଦେଲେ ୯୦ଲକ୍ଷ ଜୋରିମାନା

0

ନୂଆଦିଲ୍ଲୀ : ଆମେରିକାର କଂସସ ସହରରେ ଜଣେ ପିଲାର ଖାମଖିଆଲି ପାଇଁ ବାପା ମା’ଙ୍କୁ ଦେବାକୁ ପଡିଛି ବଡ ଜୋରିମାନା। ବିଗତ କିଛି ଦିନ ପୂର୍ବରୁ ଜଣେ ଗୁଡମ୍ୟାନ ଦମ୍ପତ୍ତି ନିଜର ପାଞ୍ଚ ବର୍ଷର ଛୁଆକୁ ଧରି ନିକଟରେ ଥିବା ଆଲବର୍ଟ ବଗିଚାରେ ଆୟୋଜିତ ହେଉଥିବା ଏକ ବିବାହ ଭୋଜିକୁ ଯାଇଥିଲେ। ସେଠାରେ ସଜ୍ଜିତ ଥିବା ଏକ ମୂର୍ତ୍ତିକୁ ଦମ୍ପତ୍ତି ଛୁଇଁବାପାଇଁ ପ୍ରୟାସ କରିଥିଲା। ଏହା କରିବା ସମୟରେ ମୂର୍ତ୍ତିଟି ଭାଙ୍ଗିଯାଇଥିଲା, ଏହାଦ୍ୱାରା ଛୁଆଟିକୁ ଆଘାତ ମଧ୍ୟ ଲାଗିଥିଲା।
ଛୁଆଟି ଦ୍ୱାରା ଅଜାଣତରେ ଭାଙ୍ଗିଯାଇଥିବା ଏହି ମୂର୍ତ୍ତି ବଦଳରେ ଏକ ବୀମା କମ୍ପାନୀ ପରିବାର ଉପରେ ୧ଲକ୍ଷ୩୨ହଜାର ଡଲାର। ଏହା ଭାରତୀୟ ମୁଦ୍ରା ପାଖାପାଖି ୯୦ଲକ୍ଷ ଟଙ୍କା। କମ୍ପାନୀର ଅଭିଯୋଗ ରହିଛି ଯେ, ଛୁଆଟିର ଅଭିଭାବକଙ୍କର ହିଁ ଭୁଲ, କାରଣ ପିଲାକୁ ସେମାନେ ଧ୍ୟାନ ଦେଇନଥିଲେ। ପିଲାଟିର ମା’ଙ୍କ ମତରେ ମୂର୍ତ୍ତି ଭାଙ୍ଗିବା ସମୟରେ ଆମେ ଦେଖିନଥିଲୁ, ଲୋକମାନଙ୍କ ଚତ୍କାର ଶୁଣିବାପରେ ଅମେ ବି ସେଠାରେ ପହଁଞ୍ଚିଥିଲୁ। ମୂର୍ତ୍ତି ରଖିବା ସ୍ଥାନ ଭୂଲ ଥିଲା ଏବଂ ଗହଳିଥିବା ଯୋଗୁଁ ଏଭଳି ଘଟଣା ଘଟିଥିଲା ବୋଲି ସେମାନେ କହିଥିଲେ।

Leave A Reply