ବିଜୁ ଯୁବ ବାହିନୀର ’ରକ୍ଷକ’ ସଡକ ସୁରକ୍ଷା ସଚେତନତା

ମୁରିବାହାଲ: ମୁରିବାହାଲ ବ୍ଲକ ବିଜୁ ବାହିନୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ବ୍ଲକ ଅଧକ୍ଷ ହଂସରାଜ ଜୈନ, ଏବିଡିଓ ନରେଶ ଚନ୍ଦ୍ର ବେହେରା, ମୁଖ୍ୟ କିରାଣୀ ବୀରେନ୍ଦ୍ର ରାଏ ପ୍ରମୁଖ ଉପସ୍ଥିତ ହୋଇ ଫିତା କାଟି  ଶୁଭାରମ୍ଭ କରିଥିଲେ। ମୁରିବାହାଲ ବ୍ଲକ ସଂଯୋଜକ ପବିତ୍ର ଭୋଇଙ୍କ ଅଧକ୍ଷତାରେ ରକ୍ଷକ ସଚେତନତା କାର୍ଯ୍ୟକ୍ରମରେ ବ୍ଲକର ୨୨ଟି ପଂଚାୟତ ର ବିଜୁ ଯୁବ ବାହିନୀର ସଦସ୍ୟ ଏକତ୍ରିତ ହୋଇଥିଲେ।  ଜନସାଧାରଣଙ୍କୁ ହେଲମେଟ ପିନ୍ଧିବା, ମଦ୍ୟପାନ ନ କରି ଗାଡି ଚଳେଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ଦୃତଗତିରେ ଗାଡି ନ ଚଳେଇବା, କାଗଜ ପତ୍ର ଠିକ ରଖିବା ଏହି ପ୍ରକାର ସ୍ଲୋଗାନ ଦେଇ ପ୍ରତି ପଞ୍ଚାୟତ ଗାଁ ମାନଙ୍କରେ ବୁଲି ବୁଲି ବିଜୁ ଯୁବବାହିନୀର ସଦସ୍ୟ ମାନେ ସଚେତନତା କରୁଛନ୍ତି।

Comments are closed.