ଏଲଆଇସି ଏଜେଣ୍ଡ ସୁଜାତାଙ୍କ ହତ୍ୟାକାଣ୍ଡ ଘଟଣା; ଦୁଇ ଅଭିଯୁକ୍ତ ଗିରଫ

0

ରାଉରକେଲା: ସେକ୍ଟେର ୬ ତାରା ତାରିଣୀ ମନ୍ଦିର ନିକଟରୁ ଏଲଆଇସି ଏଜେଣ୍ଡ ସୁଜାତାଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ସାଗର ମୁଖୀ ଓ ଭୋଳେ ମୁଖୀ । ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି । ଅଭିଯୁକ୍ତ ସାଗର ମୁଖୀର ଶାଶୁ ମରି ଯାଇଥିବାରୁ ସୁଧିକ୍ରିୟା ପାଇଁ ଟଙ୍କା ଆବଶ୍ୟକ ଥିଲା। ସେଥିପାଇଁ ସାଗର ମୁଖୀ ସୁଜାତାଙ୍କୁ ମନ୍ଦର ନକଟରେ ଥିବା ଜଙ୍ଗଲକୁ ଡାକି ହତ୍ୟା କରିଥିଲେ ପୁଲିସ ସୂତ୍ରରୁ ପ୍ରକାଶ । ଗତ ପେବୃଆରୀ ୧୫ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

Leave A Reply