ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

0

ସିମୁଳିଆ: ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଞ୍ଚାୟତର କମାରପାଟଣା ଗ୍ରାମର ଜଣେ ନବ ବଧୂକୁ ଯୌତୁକ ପାଇଁ ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ବାପା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ମୃତ ମହିଳାଙ୍କ ସ୍ବାମୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ, ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ପଞ୍ଚାୟତର ବୋଇତା ଗ୍ରାମର ଅକ୍ଷୟ ବେହେରାଙ୍କ ଝିଅ ଉର୍ମିଳା ବେହେରା ସିମୁଳିଆ ଥାନା ମିତାପୁର ପଞ୍ଚାୟତର କମାରପାଟଣା ଗ୍ରାମର ନରହରି ଶିଅଳଙ୍କୁ ମେ ମାସ ୧୧ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ମାତ୍ର ବିବାହର ୨ମାସ ପରେ ଅଧିକ ଯୌତୁକ ଦାବି କରି ପୁଅ ଘର ପକ୍ଷରୁ ଉର୍ମିଳାଙ୍କୁ ନିର୍ଯାତନା ଦିଆଯାଇଥିଲା। ତେବେ ମଙ୍ଗଳବାର ଅପରାହ୍ନ ସମୟରେ ଉର୍ମିଳାଙ୍କ ଉପରେ ଶାଶୂ ଘର ଲୋକେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ବ୍ୟବଚ୍ଚେଦ ନିମନ୍ତେ ପଠାଇବା ତଦନ୍ତ ଆରମ୍ଭ କରିଛି।

Leave A Reply