ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ

0

ବଲାଙ୍ଗୀର: ପାରିବାରିକ କଳହରୁ ଘଟିଛି ହତ୍ୟାକାଣ୍ଡ। ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। ପାଟଣାଗଡ଼ ଥାନା ଅଧୀନ ଦପମାଲ୍‍ ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକଙ୍କ ନାମ ବାସୁଦେବ ପ୍ରଧାନ ବୋଲି ଜଣାପଡ଼ିଛି। ଆଜି ସକାଳୁ କୌଣସି ବିଷୟକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ବଡ଼ ଭାଇ ବାସୁଦେବଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ବାସୁବେଦଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପରିବାରର ଦୁଇ ମହିଳାଙ୍କ ସମେତ ୧୧ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Leave A Reply