ବନ୍ଧୁକୁ ତଣ୍ଟି ଚିପି ହତ୍ୟା

ରାୟଗଡ଼ା : ରାୟଗଡ଼ା ଜିଲା ତାଣ୍ଡିପୁର ଠାରେ ମଙ୍ଗଳବାର ବଚସାରୁ ନିଜ ବନ୍ଧୁର ତଣ୍ଟି ଚିପି ତାର ଜଣେ ସାଙ୍ଗ ମାରିଦେଇଥିବା ଜଣାପଡିଛି। ସୂଚନା ମୁତାବକ, ଦୁଇ ବନ୍ଧୁ କେକେପୁରରୁ କୌଣସି କାମରେ ତାଣ୍ଡିପୁର ଯାଇଥିଲେ। ତାଣ୍ଡିପୁର ଛକରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାରୁ ଏହି ଅଭାବନୀୟ ଘଟଣା ଘଡ଼ିଯାଇଛି।

Comments are closed.