ଗୋଷ୍ଠୀ ଶତ୍ରୁତାରୁ ହତ୍ୟାକାଣ୍ଡ – ୩ ଅଟକ

ପୁରୀ: ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋରୁଆ ନିକଟରେ ଗତ ସନ୍ଧ୍ୟାରେ ଟୁଲୁ ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗୋଷ୍ଠୀ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସଦର ଥାନା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଗତ ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୁଲିସ ଘଟଣାସ୍ଥଳକୁ ଯିବା ପରେ ସେଠାରେ ଏକ ବନ୍ଦ କୋଠରିରୀରେ ଟୁଲୁର ରକ୍ତାକ୍ତ ମୃତ ଦେହ ଠାବ କରିଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ୫ରୁ ୬ ଜଣ ସାମିଲ ଥିବା ପୁଲିସ କହିଛି। ଆଜି ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ ଗଣମାଧ୍ୟମକୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି …..

ଗତ ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ସଂଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସଦର ଥାନାରେ ୨୭୨ ନମ୍ବରରେ ୩୦୨ ଦଫାରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସମ୍ପର୍କୀୟମାନକୁ ମଧ୍ୟ ପଚରାଉଚୁରା କରୁଥିବା ଜଣାପଡିଛି।

Comments are closed.