ଟଙ୍କାପଇସା ଭାଗବଣ୍ଟାକୁ କେନ୍ଦ୍ର କରି ହତ୍ୟା; ଅଭିଯୁକ୍ତ ଗିରଫ

0

ନୀଳଗିରି : ପଞ୍ଚଲିଙ୍ଗେଶ୍ବରରେ ଜଣଙ୍କୁ ହତ୍ୟା କରିବା ଘଟଣା​‌ରେ ହତ୍ୟାକାରୀକୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଶରତ ଭୋଇ (୪୦)। ପୁଲିସ ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ଟଙ୍କାପଇସା ଭାଗବଣ୍ଟାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର କରିଛି।

ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ୮ ତାରିଖରେ ପଞ୍ଚଲିଙ୍ଗେଶ୍ବର ଶୈବପୀଠ ନିକଟରେ କଟକ ଗୋବିନ୍ଦପୁର ଥାନା ନିକଟ ଡିମିରି ଗ୍ରାମର ବିଶ୍ବରଞ୍ଜନ ଗୁରୁ (୩୫)ଙ୍କୁ ହତ୍ୟା କରିଯାଇଥିଲା। ବିଶ୍ବରଞ୍ଜନଙ୍କ ହତ୍ୟା ପରେ ନୀଳଗିରି ଆଇଆଇସି ନଳିତା ମୋଦି ଏହାର ତଦନ୍ତ କରୁଥିଲେ। ମଙ୍ଗଳବାର ଦିନ ହତ୍ୟାକାଣ୍ଡର ଅଭିଯୁକ୍ତ ଶରତ ଧରାପଡିଛି।

Leave A Reply