ହାତୁଡିରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ

0

ଭଞ୍ଜନଗର : ଜଣେ ବ୍ୟବସାୟୀଙ୍କୁ ହାତୁଡିରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଇଟାମାଟି ଚମ୍ପେତପୁର ଗ୍ରାମର ଜଣେ ବ୍ୟବସାୟୀ। ଜଗନ୍ନାଥପ୍ରସାଦ ଥାନା ଲୁଣିଢିପି ଗ୍ରାମ ନିକଟ କାଜୁ ଜଙ୍ଗଲରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଠାବ କରାଯାଇଛି। ଯୁବକଙ୍କୁ ହାତୁଡିରେ ଦୁବୁର୍ତ୍ତମାନେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଇଛି। ତାଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁଲିସ ଘଟଣାସ୍ଥଳରୁ ବାଇକ ଓ ହାତୁଡି ଜବତ କରିଛି। ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply